ରାଜଧାନୀରେ ୩୨୬ କରୋନା ଆକ୍ରାନ୍ତ ପଜିଟିଭ ଚିହ୍ନଟ: ୩୯୨ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ପୁଣି ୩୨୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୭୦ ଓ ସ୍ଥାନୀୟ ସଂକ୍ରମଣ ୨୫୬ ଜଣ ରହିଛନ୍ତି। ଅନ୍ୟପଟେ ୩୯୨ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୨୧୯ ହୋଇଥିବାବେଳେ ୧୬ ହଜାର ୫୧୧ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୩ ହଜାର ୬୧୨ ଜଣ ଚିକିତ୍ସିତ ହେଉଛନ୍ତ