କଟକ ସହରରୁ ୩୨ କରୋନା ପଜିଟିଭ ଚିହ୍ନଟ

କଟକ, ଏନ୍ଏନ୍ଏସ୍ : କଟକ ସହରରେ ଆଜି ଆଉ ୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। କ୍ୱାରେଣ୍ଟାଇନରେ ରହିଥିବା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ ସରକାରୀ କ୍ୱାରେଣ୍ଟାଇନେର ଥିବାବେଳେ ୨୧ଜଣ ହୋମ୍ କ୍ୟାରେଣ୍ଟାଇନରେ ଥିଲେ। ସେହିପରି ଜଣେ ପେଡ୍ କ୍ୟାରେଣ୍ଟାଇନରେ ରହିଥିଲେ ।

ସ୍ଥାନୀୟ ସଂକ୍ରମିତମାନେ ହେଲେ ତନ୍ତୀ ସାହିର ୨୫ ବର୍ଷୀୟ ଯୁବକ, ଭାଗବତପୁରର ୧୧ ବର୍ଷର ନାବାଳକ, ନରାଜ କୈବର୍ତ୍ତ ସାହିର ୩୪ ବର୍ଷୀୟ ଯୁବକ, ଗୋପାଳପୁରର ୪୦ ବର୍ଷୀୟ ବ୍ୟକ୍ତି ଓ ଗଣେଶ ମନ୍ଦିର ନିକଟରୁ ଜଣେ ୬୫ ବର୍ଷୀୟ ବୃଦ୍ଧ ରହିଛନ୍ତି। ସୂଚନାଯୋଗ୍ୟ, କଟକରେ ମୋଟ ୩୯୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨୫ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୮ଜଣ ପ୍ରାଣ ହରାଇଥିବା ବେଳେ ୧୬୫ଟି ସକ୍ରିୟ କେସ୍ ରହିଛି ।