ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ପାଇଲେ ୩୨ ଶିଶୁ, ସେଥିମଧ୍ୟରେ ଓଡ଼ିଶାର ଜଣେ

ଭୁବନେଶ୍ୱର/ନୂଆଦିଲ୍ଲୀ,ଏଜେନ୍ସି: ଦେଶର ୩୨ ଶିଶୁଙ୍କୁ ୨୦୨୧ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଶିକ୍ଷାଗତ ସଫଳତା ବର୍ଗରେ ଓଡ଼ିଶାର ଛାତ୍ର ଅନ୍ୱେଷ ଶୁଭମ ପ୍ରଧାନ ରହିଛନ୍ତି। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ କଥା ହେବେ। କଳା ଏବଂ ସଂସ୍କୃତି, ଇନୋଭେସନ୍, ଶିକ୍ଷାଗତ ସଫଳତା, କ୍ରୀଡା, ସାହସିକତା ଏବଂ ସମାଜସେବା ବର୍ଗରେ ଦେଶର ଏହି ୩୨ ଜଣ କୁନି ପ୍ରତିଭା ପୁରସ୍କୃତ ହୋଇଛନ୍ତି। ତେବେ ଏହି ପୁରସ୍କାର କେବଳ ବିଜେତାଙ୍କୁ ପ୍ରେରଣା ଦେବନି, ବରଂ ଲକ୍ଷ ଲକ୍ଷ ଶିଶୁଙ୍କୁ ସ୍ୱପ୍ନ ଦେଖିବାକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।