ଗଞ୍ଜାମରେ ପୁଣି ୩୨ ଜଣ କରୋନା ପଜିଟିଭ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଆଜି ପୁଣି ଗଞ୍ଜାମରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୨ ଜଣ କରୋନା ଯୋଦ୍ଧା, ୭ ଜଣ ପ୍ରବାସୀ ଓ ୨୩ ଜଣ କରୋନା ସଂକ୍ରମଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ୨ କରୋନା ଯୋଦ୍ଧାଙ୍କ ମଧ୍ୟରେ ଜଣେ ଭଞ୍ଜନଗରର ଓ ଅନ୍ୟ ଜଣେ ଆସ୍କା ଅଞ୍ଚଳର ବୋଲି ଜଣାପଡ଼ିଛି।

୭ ଜଣ ପ୍ରବାସୀଙ୍କ ମଧ୍ୟରେ ୪ ଜଣ ସୁରତ ଫେରନ୍ତା ଓ ତାମିଲନାଡୁ, ମହାରାଷ୍ଟ୍ର ଓ କୋଲ୍ହାପୁରରୁ ଜଲେ ଲେଖାଏଁ ଫେରିଥିବା ଜଣାପଡ଼ିଛି।

ଅନ୍ୟପଟେ ସାଧାରଣରେ ଚିହ୍ନଟ ହୋଇଥିବା ୨୩ ଜଣଙ୍କ ମଧ୍ୟରେ କୁକୁଡାଖଣ୍ଡିରୁ ୫ ଜଣ, ଜେଏନ୍ ପ୍ରସାଦରୁ ୪ ଜଣ, ଆସ୍କାରୁ ୩ ଜଣ, କେଏସ ନଗର, ବିଏମସି ଓ ଖଲିକୋଟରୁ ୨ ଜଣ ଲେଖାଏଁ ଓ ବେଗୁନିଆପଡ଼ା, ଧାରାକୋଟି ଓ ସାନଖେମୁଣ୍ଡିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୨୫ରେ ପହଞ୍ଚିଛି। ସେହିପରି ୬୭୦ ଜଣ ସୁସ୍ଥ ହୋଇଥିବା ବେଳେ ୨୪୮ ଜଣ ଚିକିତ୍ସାଧୀନ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।