ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଓରକେଲ ଥାନା ଅନ୍ତର୍ଗତ ଆମ୍ବାଗୁଡ଼ା ଗ୍ରାମରେ ପୋଲିସ ଗତକାଲି ବହୁ ମାତ୍ରାର ଗଞ୍ଜେଇ ଚାଷକୁ ନଷ୍ଟ କରିଛି। ଓରକେଲ ଥାନା ଭାରପ୍ରାପ୍ତ ନିରୀକ୍ଷକ ଜଗଦିଶ ବାରା ବେଆଇନ ଗଞ୍ଜେଇ ଚାଷ ହୋଇଥିବା ଖବର ପାଇ କର୍ମଚାରୀଙ୍କ ସହ ଆମ୍ବାଗୁଡ଼ା ଗ୍ରାମକୁ ଯାଇ ଗ୍ରାମ ଆଖପାଖର ୩୨ ଏକରରରେ ଚାଷ କରାଯାଇଥିବା ଗଛକୁ ନଷ୍ଟ କରିଥିଲେ। ଅତ୍ୟାଧୁନିକ ଗଛ କଟା ଯନ୍ତ୍ର ସାହାଯ୍ୟରେ ପ୍ରାୟ ୪୪,୮୦୦ଟି ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ୪୮ ଲକ୍ଷ ଟଙ୍କା ହେବ ବୋଲି ଓରକେଲ ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ବାରା ପ୍ରକାଶ କରିଛନ୍ତି।