ରାଜଧାନୀରେ ୩୧୯ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ୧୭୨ ଓ ସ୍ଥାନୀୟ ସଂକ୍ରମଣ ୧୪୭

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ୩୧୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୨ ଓ ସ୍ଥାନୀୟ ସଂକ୍ରମଣ ୧୪୭ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୯୬କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ସରକାରୀ କର୍ମଚାରୀ ରହିଥିବାବେଳେ ମଞ୍ଚେଶ୍ୱରରୁ ୧୬, ବୁଦ୍ଧ ନଗର ଗୋପାଳବନ୍ଧୁ କଲୋନୀରୁ ୧୨, ୟୁନିଟ-୬ରୁ ୯, ବରମୁଣ୍ଡା ଏଚବି କଲୋନୀରୁ ୬, ଭିଏସଏସ୍ ନଗର ଓ ବୁଦେ୍ଧଶ୍ୱର କଲୋନୀରୁ ୫ ଲେଖାଏଁ ରହିଛନ୍ତି।

ଅନ୍ୟପଟେ ୧୧୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସେଥିମଧ୍ୟରୁ ନୟାପଲ୍ଲୀରୁ ୧୨, ୟୁନିଟ-୬ରୁ ୮, ଡୁମଡୁମା ପିଏଚ୍-୧ କଲୋନୀ ଓ ପଟିଆ ବିଗ ବଜାର ଅଞ୍ଚଳରୁ ୬ ଜଣ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୯୬ ହୋଇଥିବାବେଳେ ୩,୯୫୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୪୦୫ ଜଣ ଚିକିତ୍ସିତ ହେଉଛନ୍ତି।