୩୧୪ କେଜି ଗଞ୍ଜେଇ ଜବତ, ଜେଲ୍‌ ଗଲେ ବାପପୁଅ

ପଟ୍ଟାଙ୍ଗି,ଏନ୍ଏନ୍ଏସ୍: ସେମିଲିଗୁଡା ପୁଲିସ୍‌ ଶୁକ୍ରବାର ପୂର୍ବାହ୍ଣରେଚାରାଗାଁ’ ନିକଟରେ ଏକ ଟ୍ରକକୁ ଯାଞ୍ଚ କରିବାବେଳେ ସେଥିରୁ ୩୧୪ କେଜି ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ପୁଲିସ୍‌  ୨ଜଣକୁ ଗିରଫ କରିଥିବାବେଳେ ସେମାନେ ବାପ ପୁଅ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ନନ୍ଦପୁର ଦେଇ ଆନ୍ଧ୍ରରୁ ଏକ ୧୦ଚକିଆ ଟ୍ରକ(ଓଆର୍-୧୬ବି-୮୨୫୦)ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ପୁଲିସକୁ ସୂଚନା ମିଳିଥିଲା। ପରେସେମିଲିଗୁଡ଼ା ପୁଲିସ ଖବରମୁତାବକ ଚାରାଗାଁ ଛକରେ ଜଗି ରହିଥିଲା। ତେବେ ଟ୍ରକ୍‌ଟି ଆସିବା ମାତ୍ରେ ଅଟକାଇ ଯାଞ୍ଚ କରିଥିଲା। ଏହି ପରିପ୍ରେକ୍ଷୀରେ ଉକ୍ତ ଟ୍ରକରୁ ୩୧୪କେଜି ଗଞ୍ଜେଇ ଜବତ ହୋଇଥିଲା। ସେହିପରି ଏଥିରେ ସମ୍ପୃକ୍ତ ଥିବା ବାପ ଓ ପୁଅକୁ ମଧ୍ୟ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ରାଉରକେଲା ଶୀତଲ୍ ନଗରର ରାମ ପରବେଶ ମାହତ ଓ ତାଙ୍କ ପୁଅ ଅନିଲ କୁମାର ମାହତ। ସେହିପରି ସେମାନଙ୍କ ନିକଟରୁ ମୋବାଇଲ ଫୋନ, ନଗଦ ୩୫୦୦ଟଙ୍କା ସହ ଟ୍ରକକୁ ଜବତ କରିଛି।