ଭୁବନେଶ୍ୱରରେ ୩୧ ନୂଆ କରୋନା ପଜିଟିଭ ଚିହ୍ନଟ: ୫୫ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୩୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮ଜଣ ଓ ସ୍ଥାନୀୟ ସଂକ୍ରମଣ ୨୩ଜଣ ରହିଛନ୍ତି। ଅନ୍ୟପଟେ କରୋନା ଯୋଗୁ ୫୫ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୫୬୩କୁ ବୃଦ୍ଧି ହୋଇଥିବାବେଳେ ୨୯ ହଜାର ୮୨୧ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୧୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୫୧୧ ଜଣ ଚିକିତ୍ସିତ ହେଉଛନ୍ତି।