ନାଇଜେରିଆର ଚର୍ଚ୍ଚରେ ଦଳାଚକଟା; ୩୧ ଲୋକ ମୃତ, ୭ ଗୁରୁତର

ଆବୁଜା,ଏଜେନ୍ସି: ଦକ୍ଷିଣ-ପୂର୍ବ ନାଇଜେରିଆର ଏକ ଚର୍ଚ୍ଚରେ ହୋଇଥିବା ଦଳାଚକଟା ଯୋଗୁଁ ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ‘ଶପ୍ ଫର୍ ପ୍ରି’ କାର୍ଯ୍ୟକ୍ରମରେ ଲୋକେ ଅଂଶଗ୍ରହଣ କରିଥିଲେ। ସରକାରୀ ତଥ୍ୟ ଅନୁସାରେ ନାଇଜେରିଆରେ ଏଭଳି ଘଟଣା ଘଟିବା ସାଧାରଣ ବିଷୟ। କାରଣ ଦେଶରେ ୮୦ ମିଲିୟନରୁ ଅଧିକ ଲୋକ ଗରିବୀ ସୀମାରେଖାରେ ଅଛନ୍ତି।

ଦକ୍ଷିଣ-ପୂର୍ବ ନାଇଜେରିଆର ବନ୍ଦର ସହର ‘ପୋର୍ଟ ହରକୋର୍ଟ’ରେ ଶନିବାର ଏକ ଚର୍ଚ୍ଚରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଠାରେ ବହୁତ ଭିଡ ଥିଲା। କାର୍ଯ୍ୟକ୍ରମ ମଧ୍ୟରେ ଅଚାନକ ଦଳାଚକଟା ହୋଇଥିଲେ, ଯେଉଁଥିରେ କି ଅତିକମରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୭ ଜଣ ଆହତ ହୋଇଥିଲେ। ରିପୋର୍ଟ ଅନୁସାରେ ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି।

ଶନିବାର ଭୋର ସକାଳୁ ଖାଇବା ପାଇଁ ଶତାଧିକ ଲୋକ ଚର୍ଚ୍ଚକୁ ପହଞ୍ଚି ଥିଲେ। ଏହି ସମୟରେ ଲୋକଙ୍କର ଭିଡ ଯୋଗୁଁ ଚର୍ଚ୍ଚର ଗେଟ ଭାଙ୍ଗିଯାଇଥିଲା। ଫଳରେ ଦଳାଚକଟା ହୋଇଥିଲା। ନାଇଜେରିଆ ନାଗରିକ ସୁରକ୍ଷା କୋରର ଜଣେ ଆଞ୍ଚଳିକ ମୁଖପାତ୍ର ଓଲୁଫେମୀ ଅୟୋଡେଲଙ୍କ ଅନୁସାରେ କିଙ୍ଗ୍‌ସ ଆସେମ୍ବଲି ଚର୍ଚ୍ଚ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।