୩୦ ତମ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ମଙ୍ଗଳବାର ୩୦ତମ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନାଟ୍ୟକାର ବିଜୟ ମିଶ୍ରଙ୍କୁ ଶ୍ରେଷ୍ଠ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ସେହିପରି ଭିଜା ମାଟିର ସ୍ଵର୍ଗ ପାଇଁ ଅକ୍ଷୟ କୁମାର ପରିଜାଙ୍କୁ “ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଆୱାର୍ଡ’, ମିହିର ଦାସଙ୍କୁ “ଶ୍ରେଷ୍ଠ ଅଭିନେତା’ ଓ ଅର୍ଚିତା ସାହୁଙ୍କୁ “ଶ୍ରେଷ୍ଠ ଅଭିନେତ୍ରୀ’ ପାଇଁ ବିବେଚିତ କରାଯାଇଛି।

ସେହିପରି ୭ମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ ପାଇଁ “ପେନସନ’କୁ ଶ୍ରେଷ୍ଠ ଟେଲି ଫିଲ୍ମ ପୁରସ୍କାର ପ୍ରଦାନ କରାଯିବ। ଏ ସମ୍ପର୍କରେ ସଂସ୍କୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଘୋଷଣା କରିଛନ୍ତି।