ସତ ମାନିଲେ ପାକିସ୍ତାନର ପୂର୍ବ କୂଟନୀତିଜ୍ଞ: ବାଲାକୋଟ ଏୟାର ଷ୍ଟ୍ରାଇକରେ ୩୦୦ ଆତଙ୍କବାଦୀ ନିହତ ହୋଇଛନ୍ତି

ନୂଆଦିଲ୍ଲୀ,ଏଜେନ୍ସି: ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଭାରତୀୟ ସିଆରପିଏଫର ୪୦ ଜଣ ଜବାନ ସହିଦ ହୋଇଥିଲେ। ପରେ ପାକିସ୍ତାନରେ ଥିବା ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦ ୧୪ ଫେବୃଆରୀରେ ଏହି ଆକ୍ରମଣର ସ୍ୱୀକାର କରିଥିଲା। ପରେ ବାଲାକୋଟ ଏୟାର ଷ୍ଟ୍ରାଇକ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ପାକିସ୍ତାନର ପୂର୍ବ କୂଟନୀତିଜ୍ଞ ଆଗା ହିଲାଲି ଏକ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲରେ ସ୍ୱୀକାର କରିଛନ୍ତି ଯେ, ୨୬ ଫେବୃଆରୀ ୨୦୧୯ରେ ଭାରତ ପକ୍ଷରୁ ହୋଇଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ୩୦୦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସମୟରେ ସେ ପାକିସ୍ତାନ ସେନାର ପକ୍ଷ ନେଉଥିଲେ। ପାକିସ୍ତାନ ସରକାର ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ କୌଣସି କ୍ଷତି ହୋଇନଥିବା କହୁଥିବା ବେଳେ ପୂର୍ବ କୂଟନୀତିଜ୍ଞଙ୍କ ବୟାନ ଏହାର ବିପରୀତ ରହିଛି।