ନବରଙ୍ଗପୁର,ଏନ୍ଏନ୍ଏସ୍: ସଂଖ୍ୟାଲଘୁ ରାଜ୍ୟ ଉପସଭାପତି ସୟଦ କାଜମ ମଦାନିଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ୩୦୦ରୁ ଅଧିକ ସଂଖ୍ୟାଲଘୁ ଯୁବକ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା ସଭାପତି ପବିତ୍ର ଗରଡ଼ା, ସଂଖ୍ୟାଲଘୁ ମୋର୍ଚ୍ଚା ଝରିଗାଁ ନିର୍ବାଚନ ମଣ୍ଡଳୀର ସଂଯୋଜକ ଉଦ୍ଧବ କଚିମ୍, ଜନଜାତି ମଞ୍ଚର ଜିଲ୍ଲା ସଭାପତି ପର୍ଶୁ ଭତ୍ରା, ତୁଳାରାମ ଭତ୍ରା, ଶେଖର ପୂଜାରୀ, ପାଷ୍ଟର ଲାଲସେନ ବିର, ପାଷ୍ଟର ନୀତିନ ଧନଫୁଲ୍ ଓ ରାମଚନ୍ଦ୍ର ଗରଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ଉପସଭାପତି କାଜମ୍ ମଦାନି ଉପରେ ବିଶ୍ୱାସ ରଖି ବହୁ ସଂଖ୍ୟାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଆଜି ବିଜେପି ମୁହାଁ ହୋଇଛନ୍ତି ବୋଲି ଜିଲ୍ଲା ସଭାପତି ଶ୍ରୀ ଗରୋଡ଼ା କହିଛନ୍ତି । ଅଗଷ୍ଟ ମାସରେ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିିତ ହେବ ଏବଂ ଏଥିରେ ରାଜ୍ୟସ୍ତରୀୟ ନେତା ଯୋଗଦେବେ ବୋଲି ଶ୍ରୀ ମଦାନି ସୂଚନା ଦେଇଛନ୍ତି ।