ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ୫ଟିକୁ ମାନୁଛି କିଏ? ତଳିଆ କର୍ମଚାରୀ ଠାରୁ ଆରମ୍ଭ କରି ବଡ଼ ବଡ଼ିଆ ଲୋକଙ୍କ ପର୍ଯ୍ୟନ୍ତ ଲାଞ୍ଚ ନେବା ପାଇଁ ପଛ ଘୁଞ୍ଚା ଦେଉ ନାହାନ୍ତି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଭୋଟ ପରିଚୟ ପତ୍ର ପାଇଁ ୩ ଶହ ଟଙ୍କା ଜଣେ ଅଫିସର କର୍ମଚାରୀ ଲାଞ୍ଚ ନେଉଥିବା ଅଭିଯୋଗ ହେବା ସହ ପ୍ରମାଣ ମଧ୍ୟ ରହିଛି।
ସୂଚନାଯୋଗ୍ୟ ଯେ, ସଇଁନ୍ତଲା ବ୍ଲକ୍ର ଲଷ୍ମୀକାନ୍ତ ସାହୁ ଦୀର୍ଘ ବର୍ଷ ହେଲାଣି ଭୋଟ ତାଲିକାରେ ସାମିଲ ହୋଇଥିଲେ ସୁଦ୍ଧା ତାଙ୍କର ଭୋଟ ପରିଚୟ ପତ୍ର ଆସିନାହିଁ। ସେ ଆଜି ଭୋଟର ପରିଚୟ ପତ୍ର ପାଇଁ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଳୟକୁ ଯାଇଥିଲେ। ତାଙ୍କର ଭୋଟ ପରିଚୟ ପତ୍ର ଦେବା ପାଇଁ କହିବାରୁ ଉକ୍ତ ବିଭାଗର ଦାୟିତ୍ୱରେ ଥିବା କର୍ମଚାରୀ ଜଣକ ୩ ଶହ ଟଙ୍କା ଦେଲେ ଭୋଟ ପରିଚୟ ପତ୍ର ଦେବେ ବୋଲି କହିଥିଲେ। ୩ ଶହ ଟଙ୍କା ଦେବା ପରେ ଭୋଟ ପରିଚୟ ପତ୍ର ପ୍ରଦାନ କରିଥିଲେ।
ସରକାରଙ୍କ ପକ୍ଷରୁ ମାଗଣାରେ ଭୋଟ ପରିଚୟ ପତ୍ର ଦିଆଯାଉଥିବା ବେଳେ କିଭଳି ଭାବେ ଏହି କର୍ମଚାରୀ ଜଣକ ଟଙ୍କା ନେଲେ ତାହା ଏବେ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି। ଏନେଇ କର୍ମଚାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।