ରାଜ୍ୟ ପାଇଁ ଖୁସି ଖବର ସୁସ୍ଥ ହେଲେ ୩୦

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଗୋଟିଏ ପଟେ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଠାରେ କରୋନା ପଜିଟିଭ ବାହାରୁଥିବା ବେଳେ ଅନ୍ୟପଟେ ଆଜି ରାଜ୍ୟ ପାଇଁ ଏକ ଆଶ୍ୱସ୍ତିର ଖବର ଆସିଛି । ରାଜ୍ୟରେ ଏବେ ୩୦ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୫୩୮ଟି ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି। ୩ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ରାଜ୍ୟରେ ଆଜି ସୁଦ୍ଧା ପହଞ୍ଚିଛନ୍ତି ୧ ଲକ୍ଷ ୩୩ ହଜାର ୨୪୫ ପ୍ରବାସୀ । ସେମାନଙ୍କ ମଧ୍ୟରୁ ଗଞ୍ଜାମକୁ ସର୍ବାଧିକ ୫୫ ହଜାର ୫୬୭ ଜଣ ପ୍ରବାସୀ ଆସିଛନ୍ତି । ବାଲେଶ୍ୱରକୁ ୧୧ ହଜାର ୩୬୮ ଆସିଥିବା ବେଳେ କଟକକୁ ୮ ହଜାର ୧୯୮ ଜଣ ଆସିଛନ୍ତି।