ଝାରସୁଗୁଡ଼ାରେ ପୁଣି ୩୦ କରୋନା ପଜିିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୩୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୩ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୨ଜଣ, ବ୍ରଜରାଜନଗର ପୌରାଞ୍ଚଳରୁ ୪ଜଣ, ଝାରସୁଗୁଡ଼ା ବ୍ଲକରୁ ୨ଜଣ, ଲଖନପୁର ବ୍ଲକରୁ ୧୦ଜଣ ଓ ଲଇକେରା ବ୍ଲକରୁ ଜଣେ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାର ଆଉ ୭ଜଣ ବାହାର ଜିଲ୍ଲାର ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ତେବେ କୋଲାବିରା ବ୍ଲକ ଅଞ୍ଚଳରେ ଗତ ୩ ଦିନ ଓ କିର୍ମିରା ଅଞ୍ଚଳରେ ଗତ ୨ ଦିନ ମଧ୍ୟରେ ଜଣେ ହେଲେ ପଜିଟିଭ ଚିହ୍ନଟ ହୋଇନାହାନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୮୫ ହୋଇଥିବା ବେଳେ ୬,୭୮୧ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୪ ଜଣଙ୍କ ଚିକିତ୍ସା ଜାରି ରହିଛି। ଅନ୍ୟପଟେ ଜିଲ୍ଲାରେ ୨୦ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।