ମୁମ୍ବାଇ: ଦେଶରେ କରୋନା ପ୍ରକୋପ ଜାରି ରହିଥିବାବେଳେ ମୁମ୍ବାଇର ୩୦ ଜଣ ସାମ୍ବାଦିକ ପଜେଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକତମ ଇଲେକଟ୍ରୋନିକ ମିଡିଆରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଅଧିକାଂଶ ମାମଲାରେ କୌଣସି ଲକ୍ଷଣ ଦେଖାଯାଉ ନଥିଲା ଏବଂ ଏବେ ସମସ୍ତଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ସୂଚନା ମିଳିଛି।