ବାଇକ ଉପରେ ଗଛ ପଡ଼ି ୩ ବର୍ଷର ଶିଶୁ ପୁତ୍ର ମୃତ

ଯାଜପୁର,ଏନ୍ଏନ୍ଏସ୍: ବିରଜା ମନ୍ଦିରରୁ ଦର୍ଶନ ସାରି ଫେରିବା ସମୟରେ ଯୋଡ଼ିକୂଅ ନିକଟରେ ଏକ ଅଘଟଣ ଘଟିଛି। ବାଇକରେ ଉପରେ ଗଛ ପଡ଼ିଯିବାରୁ ଜଣେ ଶିଶୁ ପୁଅର ମୃତ୍ୟୁ ଘଟିଛି ଓ ବାପା,ମା’ ଆହତ ହୋଇଛନ୍ତି। ରାସ୍ତା ପ୍ରଶସ୍ତୀକରଣ ପାଇଁ ଗଛ କଟା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।