ମହାରାଷ୍ଟ୍ରରେ କାନ୍ଥ ଭୁଶୁଡି ୩ ଶ୍ରମିକ ମୃତ

ଥାନେ,ଏଜେନ୍ସି: ମହାରାଷ୍ଟ୍ରର ଥାନେ ଜିଲ୍ଲା ଅନ୍ତର୍ଗତ ଭିୱାଣ୍ଡି ଅଞ୍ଚଳରେ ଶନିବାର ଏକ ଲୁଗାକଳର କାନ୍ଥ ଭୁଶୁଡି ପଡିବାରୁ ୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ଆହତ ଅନ୍ୟ ୪ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ଜଣାପଡିନଥିବାବେଳେ ମୃତକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେମାନଙ୍କ ପରିବାର ଲୋକେ କାରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।