ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ଟ୍ରାକ୍ଟର ଜବତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ନୂଆପଡା ଓ ରୁଢ଼ିଆପଡା ଗ୍ରାମରୁ ଆଜି ପାଟଣା ତହସିଲଦାର ବେଆଇନ ବାଲି ଚାଲାଣ କରୁଥିବା ୩ଟି ଟ୍ରାକ୍ଟରକୁ ଜବତ କରିଛନ୍ତି। ଏହି ଅଞ୍ଚଳରେ ପ୍ରତ୍ୟେକ ଦିନ ଟ୍ରିପ ଟ୍ରିପ ବାଲି ଚୋରା ଚାଲାଣ ହେଉଥିବାରୁ ଗ୍ରାମବାସୀ ଆଜି ଗାଡି ଗୁଡିକୁ ଅଟକ ରଖି ତହସିଲଦାରଙ୍କୁ ଫୋନ ଯୋଗେ ଜଣାଇଥିଲେ। ଖବରପାଇ ପାଟଣା ତହସିଲ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ୩ଟି ଟ୍ରାକ୍ଟର ଜବତ କରି ତହସିଲ କାର୍ଯ୍ୟାଳୟକୁ ନେଇଛନ୍ତି। ଏହି ଚଢ଼ଉରେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁ, ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।