ଚେରି କରୁଥିବାବେଳେ ଧରାପଡ଼ିଲେ ୩ ଯୁବକ, ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲାସିଂଲା ଥାନା ଶ୍ୟାମରାୟପୁର ଗ୍ରାମରେ ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ଘରେ ପଶି ଚୋରି କରୁଥିବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ି ଥିଲେ। ସେଠାରେ ଗ୍ରାମବାସୀ ଉଭୟଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିବା ଜଣାପଡ଼ିଛି। ସେଠାରୁ ସେମାନଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଗାଁ’ରେ ଯାତ୍ରା ଚାଲିଥିବାରୁ ସମସ୍ତ ଲୋକେ ଯାତ୍ରା ଦେଖିବା ପାଇଁ ଯାଇଥିଲେ। ଏହାର ସୁଯୋଗନେଇ ୫ଜଣ ଯୁବକ ଘରେ ପଶି ଚୋରି ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ସୋମନଙ୍କ ମଧ୍ୟରୁ ୩ଜଣଙ୍କୁ କାବୁ କରିଥିଲେ। ସେହିପରି ଅନ୍ୟ ୨ଜଣ ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଥିଲେ। ତେବେ ଧରାପଡ଼ିଥିବା ୩ଜଣ ଯୁବକଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକମାନଙ୍କୁ  ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଉକ୍ତ ଯୁବକମାନେ ହେଲେ ବସ୍ତା ଥାନା ଦରଡ଼ା ଗ୍ରାମର ପଦ୍ମ ଲୋଚନ ତରାଇ, ଝାଡେଶ୍ୱର ଜେନା ଓ ଶ୍ୟାମରାୟପୁର ଗ୍ରାମର ଦେବାଶିଷ ଜେନା।