ଜମ୍ମୁ-କଶ୍ମୀର:ଜମ୍ମୁ-କଶ୍ମୀରର ବାନ୍ଦୀପୋରାର ବରାଡ଼ ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏଥିରେ ସୁରକ୍ଷାବଳ ପ୍ରଥମେ ଜଣଙ୍କୁ ଏନକାଉଣ୍ଟର କରିଥିବାବେଳେ ପରେ ଆଉ ୨ଜଣଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି । ସୂତ୍ର ମୁତାବକ, ମୃତ ୩ ଆତଙ୍କବାଦୀ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାରେ ସାମିଲ ଥିଲେ ।
ସୂଚନାଯୋଗ୍ୟ, ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଗତକାଲି ଆତଙ୍କବାଦୀମାନେ ବଡ଼ଗାମସ୍ଥିତ ଚାଡ଼ୁରା ତହସିଲ ଅଫିସରେ ପସି ହତ୍ୟା କରିଥିଲେ ।