ଜମ୍ମୁ-କଶ୍ମୀର ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାସ୍ଥିତ କାକାପୋରାରେ ଭାରତୀୟ ସେନା ଆଜି ଏନକାଉଣ୍ଟର ସମୟରେ ୩ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏଥିସହିତ ଆତଙ୍କବାଦୀଙ୍କ ଠିକଣାକୁ ମଧ୍ୟ ଭାରତୀୟ ସେନା ଉଡ଼ାଇ ଦେଇଛନ୍ତି। କଶ୍ମୀର ଜୋନ୍ ପୁଲିସ ଟ୍ୱିଟ୍ କରି ଏହି ସୂଚନା ପ୍ରଦାନ କରିଛନ୍ତି। ଆତଙ୍କବାଦୀଙ୍କ ପାଖରୁ ବିପୁଳ ମାତ୍ରାରେ ଗୋଳାବାରୁଦ ଜବତ ହୋଇଛି। ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୁଲୱାମାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।

ରିପୋର୍ଟ ମୁତାବିକ, କାକୋପୋରାର ସମବୋରା ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବଳକୁ ସୂଚନା ମିଳିଥିଲା। ସୂଚନା ପାଇ ଉକ୍ତ ଅଞ୍ଚଳରେ ସୁରକ୍ଷାବଳ ଯେତେବେଳେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେହି ସମୟରେ ଆତଙ୍କବାଦୀମାନେ ଗୁଳିବର୍ଷଣ କରିଥିଲେ। ଏହାର ଜବାବ ଦେବାକୁ ଯାଇ ସୁରକ୍ଷାବଳ ମଧ୍ୟ ଗୁଳି ଚଳାଇଥିଲା।