ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ହିଜ୍‌ବୁଲ୍‌ ଆତଙ୍କବାଦୀ ନିହତ

କାଶ୍ମୀର,ଏଜେନ୍ସି: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଉପକଣ୍ଠସ୍ଥିତପାଜାଲପୁର ଅଞ୍ଚଳରେ ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ତିନି ଜଣ ହିଜ୍‌ବୁଲ୍‌ ମୁଜାହିଦିନ୍‌ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି। ଏ ନେଇ ଉକ୍ତ ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ ବୁଧବାର ସକାଳ ପ୍ରାୟ ୬ଟା ସମୟରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏଥିରେ ସେନା ଓ  ସିଆର୍‌ପିଏଫ୍‌ ଯବାନମାନେ ମିଳିତ ଭାବେ ଗୁଳିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ୩ଜଣ ଆତଙ୍କବାଦୀ ଉକ୍ତ ଅଞ୍ଚଳର ଗୋଟାଏ ଘରେ ଲୁଚି ରହିଥିଲେ। ସେ ଘରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ସୂଚନା ବୁଧବାର ପାହାନ୍ତା ବେଳକୁ ସେନା ପାଇବା ପରେ ସେନା ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି।

ଏ ନେଇ ଉକ୍ତ ଅଞ୍ଚଳରେ ତଦନ୍ତ ଜାରି ରହିଛି।