ଅନସାର ଗଜୱତ ଉଲ ହିନ୍ଦ ଆତଙ୍କୀ ଗ୍ରୁପ ନିପାତ, ୩ ଆତଙ୍କବାଦୀ ନିହତ

କାଶ୍ମୀର,ଏଜେନ୍ସି: ଜାମ୍ମୁ ଓ କାଶ୍ମୀରେ ଆତଙ୍କବାଦୀ  ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀ ଅନସାର ଗଜୱତ ଉଲ ହିନ୍ଦ ଗ୍ରୁପର ୩ଜଣ ସଦସ୍ୟ ନିପାତ ହୋଇଛି। ଫଳରେ ଏହି ଗ୍ରୁପଟି ସମ୍ପୂର୍ଣ୍ଣ ସଫା ହୋଇଥିବା ଜଣାଯାଇଛି।

ସୂଚନା ଅନୁସାରେ ଗତକାଲି ଅବନ୍ତିପୁରା ଏନକାଉଣ୍ଟରରେ ଏହାର ମୁଖ୍ୟ ହମିଦ ଲୋନ ସମେତ ୩୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜାକିର ମୂଷା ଏନକାଉଣ୍ଟରରେ ନିହତ ହେବା ପରେ ହମିଦ ଲୋନ ଅନସାର ଗଜୱତ ଉଲ ହିନ୍ଦ ଆତଙ୍କବାଦ ଗ୍ରୁପର ଦାୟିତ୍ୱ ନେଇଥିଲା। ତେବେ ସେ ସୁରକ୍ଷା କର୍ମୀଙ୍କ ଉପରକୁ ଟାର୍ଗେଟ କରି ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିବା ପରେ ଅପରେସନ କରାଯାଇଥିଲା।

ଏଥିରେ ସମ୍ପୂର୍ଣ୍ଣ ଆତଙ୍କବାଦ ଗ୍ରୁପ ନଷ୍ଟ ହୋଇଥିବା ବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏ ନେଇ ଜାମ୍ମୁ ଓ କାଶ୍ମୀର ପୁଲିସ ଡିଜି ଦିଲବାଗ ସିଂ ସୂଚନା ଦେଇଛନ୍ତି।