ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ମଧ୍ୟରେ ସବୁକିଛି ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି। ଏହି ପରିପ୍ରେକ୍ଷୀରେ ପ୍ରବାସୀ ଓଡ଼ିଆ ମଧ୍ୟ ଜୀବନଜୀବିକା ନିମନ୍ତେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ପରିସ୍ଥିତିରେ ସେମାନଙ୍କ ପାଇଁ ଆସନ୍ତା ୧୨ ତାରିଖରୁ ୩ଟି ସ୍ପେଶାଲ ଟ୍ରେନ ଚାଲିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ଏଥିରେ ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧୀଧାମ, ପୁରୀ-ଓଖା ରୁଟ ଦେଇ ଚାଲିବ ଏହି ଟ୍ରେନ। ଏନେଇ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରାଳୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଚାହୁଁଥିବା ପ୍ରବାସୀଙ୍କ ପାଇଁ ସ୍ପେଶାଲ ଟ୍ରେନ ଚଳାଇବା ପାଇଁ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଥିଲେ। ସେଥିରେ ସେ ପ୍ରବାସୀ ଓଡ଼ିଆଙ୍କ ଜୀବନଜୀବିକା ପାଇଁ ପୁନର୍ବାର ସ୍ପେଶାଲ ଟ୍ରେନ ଚଳାଇବାକୁ ଅନୁରୋଧ କରିଥିଲେ।