୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର

ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ଜଣ ବୈଜ୍ଞାନିକଙ୍କୁ ବିଶ୍ୱର ସର୍ବୋଚ୍ଚ ସମ୍ମାନଜନକ ନୋବେଲ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି । ସେମାନେ ହେଲେ ୱିଲିୟମ ଜି. କାଏଲିନ୍ ଜୁନିଅର, ଗ୍ରେଗ ଏଲ୍ ସେମେଞ୍ଚା ଓ ସାର୍ ପିଟର ଜେ ରାଟକ୍ଲିପ ପାଇବେ ।

ଚିକିତ୍ସା କ୍ଷେତ୍ରରେ ନୋବେଲ ପାଇଥିବା ଏହି ତିନି ବୈଜ୍ଞାନିକ ଜୀବକୋଷ କିଭଳି ଅମ୍ଳଜାନ ବ୍ୟବହାର କରି ଶକ୍ତି ସୃଷ୍ଟି କରନ୍ତି ଓ ଅନୁଭବ କରନ୍ତି, ସେ ବିଷୟରେ ଗବେଷଣା କରି ଜାଣି ପାରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ଏହି ୩ଜଣଙ୍କ ନାମ ଘୋଷଣା କରାଯାଇଛି ।

ଅନ୍ୟାନ୍ୟ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାଁ ପର‌୍ୟ୍ୟାୟକ୍ରମେ ଘୋଷଣା କରାଯିବ ବୋଲି ନୋବେଲ କମିଟି କହିଛି। ଅକ୍ଟୋବର ୯ରେ ରସାୟନ ବିଜ୍ଞାନ, ଅକ୍ଟୋବର ୧୦ରେ ସାହିତ୍ୟ, ଅକ୍ଟୋବର ୧୧ରେ ଶାନ୍ତି ଓ ଅକ୍ଟୋବର ୧୪ରେ ଅର୍ଥଶାସ୍ତ୍ର ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବ। ନୋବେଲ ପୁରସ୍କାର ବିଜେତାଙ୍କୁ ସାଢେ ଚାରି କୋଟି ଟଙ୍କାର ଆର୍ଥିକ ରାଶି ସହ ୨୩ କ୍ୟାରେଟ ସୁନାରେ ତିଆରି ୨୦୦ ଗ୍ରାମର ପଦକ ଏବଂ ମାନପତ୍ର ପ୍ରଦାନ କରାଯାଇଥାଏ।