ରସାୟନ ବିଜ୍ଞାନ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ

ଜେନେଭା: ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତବର୍ଷ ୩ ଜଣ ପ୍ରସିଦ୍ଧ ବୈଜ୍ଞାନିକ ବିଶ୍ୱର ସମ୍ମାନଜନକ ନୋବେଲ ପୁରସ୍କାର ପାଇବେ । ଏମ୍‌ ଷ୍ଟେନଲି ହ୍ୱିଟନ୍‌ଗାମ୍‌, ଜନ୍‌ ବି ଗୁଡ୍‌ଏନଫ୍‌,  ଏବଂ ଆକିରା ୟୋଶିନୋଙ୍କୁ ଲିଥିୟମ୍‌ ଆୟନ୍‌ ବ୍ୟାଟେରି ଟେକ୍ନୋଲୋଜିର ବିକାଶ ପାଇଁ ନୋବେଲ ପ୍ରଦାନ କରାଯିବ।

ଲିଥିୟମ୍‌ ଆୟନ୍‌ ବ୍ୟାଟେରି ବିକାଶ ଦିଗରେ ଏହି ୩ ଜଣଙ୍କ ଅବଦାନ ଅବର୍ଣ୍ଣନିୟ ।  ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି। କମିଟି ପକ୍ଷରୁ କୁହାଯାଇଛି, ଲିଥିଅମ୍‌ ବ୍ୟାଟେରି ଆମ ଜୀବନରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ବିଶେଷ କରି ମୋବାଇଲ ଫୋନ୍‌, ଲ୍ୟାପ୍‌ଟପ୍‌ ଏବଂ ବୈଦ୍ୟୁତିକ ଯାନରେ ଏହି ବ୍ୟାଟେରି ଗୁରତ୍ଵ ବହନ କରେ।