ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଅକ୍ସଫୋର୍ଡ କୋଭିଡ୍ ଟିକା କୋଭିସିଲଡର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆଜିଠାରୁ ଆରମ୍ଭ ହେଉଥିବାବେଳେ ଭାରତର ନିଜସ୍ୱ ଦୁଇଟି ଟିକା କୋଭାକ୍ସିନ ଓ ଜିକୋଭ୍ ଡି’ର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ଏନେଇ ନିତିଆୟୋଗ ସଚିବ ଡକ୍ଟର ଭିକେ ପଲ ସୂଚନା ଦେଇଛନ୍ତି।
ଏଥିସହିତ ଦେଶରେ କରୋନା ସ୍ଥିତିକୁ ନେଇ ଅଶ୍ୱସ୍ତିକର ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ସେ କହିଛନ୍ତି ଯେ, ଦେଶରେ ଟେଷ୍ଟ ହାର ବଢ଼ୁଥିବା ବେଳେ ସଂକ୍ରମଣ ହାର କମିକମି ଚାଲିଛି। ଦେଶରେ ଦୈନିକ ୮ ଲକ୍ଷରୁ ଅଧିକ ଟେଷ୍ଟ କରାଯାଉଛି। ଗତ ସପ୍ତାହରେ ପଜିଟିଭ ହାର ୧୦.୦୩ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୭.୭୨ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଆରୋଗ୍ୟ ହାର ୭୩ ପ୍ରତିଶତରେ ପହଞ୍ଚି ଥିବା ବେଳେ ମୃତ୍ୟୁ ହାର ମଧ୍ୟ କମିଥିବା ସୂଚନା ଦିଆଯାଇଛି।