୩ କୁଇଣ୍ଟାଲ ଆଲୁମିନିୟମ ଚୋରି, ଜଣେ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଦାନ୍ତ ମୁଖ୍ୟ ଫାଟକ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକରୁ ୧୨ ଖଣ୍ଡ ଆଲମିନିୟମ ଚୋରି କରିବା ଅଭିଯୋଗରେ ବଡ଼ମାଲ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଉପେନ୍ଦ୍ର ଦେହେରୀ ବୋଲି ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଗତ ୧୦ ତାରଖ ବିଳମ୍ବିତ ରାତିରେ ବେଦାନ୍ତ ଗେଟ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକରୁ ୩ କୁଇଣ୍ଟାଲ ଓଜନର ୧୨ ଖଣ୍ଡ ଆଲୁମିନିୟମ ଚୋରି ହୋଇଥିଲା। ଏନେଇ ବଡ଼ମାଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଚୋରମାନେ ଏହି ଆଲୁମିନିୟମ ଖଣ୍ଡଗୁଡ଼ିକୁ ଏକ ବୁଦା ଭିତରେ ରଖିବା ସହ ଏହି ଚୋରୀରେ ଉପେନ୍ଦ୍ରର ସମ୍ପୃକ୍ତି ଥିବା କୌଣସି ସୁତ୍ର୍ରରୁ ପୁଲିସ ଜାଣିବାକୁ ପାଇଥିଲା। ପରେ ପୁଲିସ ଉପେନ୍ଦ୍ରକୁ ଗିରଫ କରି ଆଲୁମିନିୟ ଉଦ୍ଧାର କରିଛି। ଚୋରି ହୋଇଥିବା ଏହି ଆଲୁମିନିୟମର ଆନୁମାନିକ ମୂଲ୍ୟ ପ୍ରାୟ ୭୬ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।