କୁଟୁନିପଦର ଜଙ୍ଗଲରୁ ୩ କୁଇଣ୍ଟାଲ ୫୨ କେଜି ଗଞ୍ଜେଇ ଜବତ

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତ କୁଟୁଣିପାଦର ଗାଁ ନିକଟସ୍ଥ ଜଙ୍ଗଲରେ ଥିବା ଏକ କୁଡ଼ିଆରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ଫିରିଙ୍ଗିଆ ପୁଲିସ ସଫଳ ହୋଇଛି । କିନ୍ତୁ ଘଟଣାସ୍ଥଳରୁ ଗଞ୍ଜେଇ ଛାଡ଼ି ମାଫିଆମାନେ ଫେରାର ମାରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, କୁଟୁନିପଦର ଜଙ୍ଗଲରେ ଗଞ୍ଜେଇ ରଖି ବାହାରକୁ ପଠାଇବାକୁ ଯୋଜନା ଚାଲିଥିବା ନେଇ ଫିରିଙ୍ଗିଆ ପୁଲିସକୁ ସୂଚନା ମିଳିଥିଲା । ଏହାକୁ ଗୁରୁତର ସହ ନେଇ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ଏବଂ ପୁଲିସ ଟିମ କୁଟୁନିପଦର ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରିଥିବାବେଳେ ଘଟଣାସ୍ଥଳରୁ ପୁଲିସ ଅସୁଥୁବା ଦେଖି ଗଞ୍ଜେଇ ଭର୍ତି ବାକ୍ସକୁ ଜଙ୍ଗଲର ଏକ କୁଡ଼ିଆରେ ଛାଡ଼ି ଦେଇ ଫେରାର ମାରିଥିଲେ । ଏହି ବାକ୍ସରୁ ବାହାରିଥିବା ଗଞ୍ଜେଇର ମୂଲ୍ୟ ୩କୁଇଣ୍ଟାଲ ୫୨ କେଜି ୮୦୦ଗ୍ରାମ ହେବ । ଏନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରିବା ସହ ଫେରାର ୫ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିବା ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ କହିଛନ୍ତି ।