ଭୁବନେଶ୍ୱରରେ ୩ ଆକ୍ରାନ୍ତ, ୬ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଉ ୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩ଜଣ ଯାକ ଆକ୍ରାନ୍ତ କ୍ୱାରେଣ୍ଟାଇନରୁ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ନହରକଣ୍ଟା, ପ୍ରଶାନ୍ତି ବିହାର ଓ ଚନ୍ଦ୍ର ଶେଖରପୁରରୁ ଜଣେ ଲେଖାଏଁ ରହିଛନ୍ତି। ଅନ୍ୟପଟେ ୬ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ଆଜିର ୩ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୫୪ ହୋଇଥିବାବେଳେ ୩୧ ହଜାର ୬୧୦ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୪୮ଜଣଙ୍କର ମୃତ୍ୟୁ ଘଟିଛି ଓ ୭୫ଜଣ ଚିକିତ୍ସିତ ହେଉଛନ୍ତି।