୩ ରାଜ୍ୟର ନୂଆ ସଭାପତିଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଶନିବାର ଦିନ ୩ଟି ରାଜ୍ୟର ନୂତନ ରାଜ୍ୟସଭାପତିଙ୍କ ନାମ ଘୋଷଣା କରିଛି । ପାର୍ଟିର ଜାତୀୟ ସଭାପତି ଜଗତ ପ୍ରକାଶ ନଡ଼୍ଡ଼ା ଏହି ନାମ ଗୁଡ଼ିକୁ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶରେ ବିଷ୍ଣୁଦତ ଶର୍ମା, ସିକିମରେ ବାହାଦୁର ଚୌହାନ ଓ କେରଳରେ କେ. ସୁରେନ୍ଦ୍ରନଙ୍କୁ ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଛି । ବିଜେପି ପକ୍ଷରୁ ଜାରି ବିଜ୍ଞପ୍ତିରେ ଏମାନଙ୍କର ନିଯୁକ୍ତି ଆଜିଠାରୁ ଲାଗୁ ହେବ ବୋଲି କୁହାଯାଇଛି।