ରାଜଧାନୀରେ ୩ ଆକ୍ରାନ୍ତ: ୬ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆଜି ୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨ଜଣ ଓ ସ୍ଥାନୀୟ ସଂକ୍ରମଣ ଜଣେ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ୨ଜଣ ଓ ଝାରପଡ଼ାରୁ ଜଣେ ରହିଥିବା ଜଣାପଡ଼ିଛି। ଅନ୍ରପଟେ ୬ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ହଜାର ୯୯୧ ହୋଇଥିବାବେଳେ ୩୧ହଜାର ୬୪୯ଜଣ ସୁସ୍ଥ ହୋଇଛନ୍ତି। ୨୪୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୩ଜଣ ଚିକିତ୍ସିତ ହେଉଛନ୍ତି।