କରୋନାରେ ଆଖି ବୁଜିଲେ ଆଉ ୩

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି କରୋନା ଯୋଗୁ ଆଉ ୩ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ଜଣେ ୬୩ ଓ ଅନ୍ୟଜଣେ ୬୦ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଗଜପତିରୁ ଜଣେ ୪୮ ବର୍ଷୀୟ ମହିଳା ରହିଛନ୍ତି। ସେ କରୋନା ବ୍ୟତୀତ ମେଦବହୁଳତା ଓ ସ୍ଲିପ ଏପନିଆ ରୋଗରେ ପୀଡ଼ିତ ଥିଲେ। ଏଥିସହିତ ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ମୋଟ ମୃତକଙ୍କ ସଂଖ୍ୟା ୫୨ରେ ପହଞ୍ଚିଥିôବା ବେଳେ ଗଜପତିରେ ୩କୁ ବୃଦ୍ଧି ପାଇଛି।