ରାଜ୍ୟରେ ଆଜି ପୁଣି ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପୁଣି ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଜପତି ଅଞ୍ଚଳର ଜଣେ ୪୦ ବର୍ଷୀୟ ବ୍ୟକ୍ତି ଓ ସୁନ୍ଦରଗଡ ଅଞ୍ଚଳର ଜଣେ ୬୪ ବର୍ଷୀୟ ବ୍ୟକ୍ତିର ମୃତ୍ୟୁ ହୋଇଥିବା ବେଳେ ଉଭୟେ ଡାଇବେଟିସରେ ପୀଡ଼ିତଥିଲେ। ସେହିପରି ଅନ୍ୟଜଣେ ବାଲେଶ୍ୱର ଅଞ୍ଚଳର ୪୫ ବର୍ଷୀୟା ମହିଳା, ସେ ପୂର୍ବରୁ ପ୍ଲ୍ୟୁରାଲ ଇଫ୍ୟୁଜନରେ ପୀଡ଼ିତ ଥିଲେ।