୩ ନିଖୋଜ ଛାତ୍ର ଉଦ୍ଧାର

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ରେମୁଣା ଥାନା ଅନ୍ତର୍ଗତ କାଠ ସଂଗଡା ଗାଁ’ ୩୩ ଛତ୍ର ଶନିବାର ନିଖୋଜ ଥିବାବେଳେ ରବିବାର ସ୍ଥାନୀୟ ଲୋକଙ୍କ ଦ୍ୱାର ତାଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଉକ୍ତ ଛାତ୍ରଙ୍କ ନିଖୋଜ ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ପକ୍ଷରୁ ରେମୁଣା ଥାନାରେ ଅଭିଯୋଗ ହୋଇଥିଲା । ନିଖୋଜ ଛାତ୍ରମାନେହେଲେ ଶିବ ନାରାୟଣ ଦାସ, ଚିନ୍ମୟ ଦାସ, ଶୁଭଙ୍କର ଦାସ।

ଅଭିଯୋଗ ପାଇ ପୁଲିସ ୩୩ ଛାତ୍ରଙ୍କୁ ଖୋଜିବା ପାଇଁ ରାତିସାରା ପାଟ୍ରୋଲିଂ କରିଥିଲା । ଆଜି ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ କଷାଫଳ ମୁହାଣ ଦୁବୁଲାଗାଡି ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।