ବଲାଙ୍ଗିର,ଏନ୍ଏନ୍ଏସ୍: କରୋନାକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରିଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସଇଁନ୍ତଲା ଥାନା ଅନ୍ତର୍ଗତ ଡଗରପଡାର ସତ୍ୟାନନ୍ଦ ଭୋଇ(୩୦), ଦେଓଗାଁ ଥାନା ଅନ୍ତର୍ଗତ ପିପଲପଦର ର ବାବଲୁ ମହାକୁର(୨୩) ଓ ବିଲାସପୁର ର ଆନନ୍ଦ ମହାକୁର(୨୭)।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଲାଠୋର ପଞ୍ଚାୟତ ଅଞ୍ଚଳରେ ଜଣେ ଶିଶୁକନ୍ୟା କରୋନା ରୋଗରେ ପୀଡିତ ଥିବା ନେଇ ଏମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର କରି ଚାଲିଥିଲେ। ଏଭଳି କି ଏମାନେ ଏକ ଟିଭି ଚ୍ୟାନଲେର ଲୋଗୋକୁ ମଧ୍ୟ ବ୍ୟବହାର କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି ।