ଜାମ୍ମୁ-କାଶ୍ମୀରରେ ବରଫ ଝଡ଼ : ୩ ଯବାନ ଶହୀଦ, ୨ ନିଖୋଜ

ଜାମ୍ମୁ : ଜାମ୍ମୁ-କାଶ୍ମୀର କୁପୱାଡ଼ା ଅନ୍ତର୍ଗତ ମଚେଲ ସେକ୍ଟରର ରିଙ୍ଗବାଲା ଅଞ୍ଚଳରେ ବରଫ ଝଡ଼ ସୃଷ୍ଟି ହୋଇଛି। ଏହି ଝଡ଼ ଯୋଗୁ ବିରାଟ ବରଫ ଅତଡ଼ା ଧସିଯିବା ଫଳରେ ୪୫ ରାଷ୍ଟ୍ରୀୟ ରାଇଫଲର ୩ ଯବାନ ଶହୀଦ ହୋଇଯାଇଛନ୍ତି। ଅନ୍ୟ ୨ ଯବାନ ନିଖୋଜ ଥିବାବେଳେ ସେମାନଙ୍କୁ ଉଦ୍ଧାର ପାଇଁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି।