ଟ୍ରାଙ୍କୁଲାଇଜ୍‌ କରିବା ସମୟରେ ଆକ୍ରମଣ କଲା ହାତୀ, ୩ ବନ କର୍ମଚାରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଖୋର୍ଦ୍ଧା,ଏନ୍ଏନ୍ଏସ୍: ହାତୀ ଆକ୍ରମଣରେ ୩ ଜଣ ବନ କର୍ମଚାରୀ ଗୁରୁତର। ଟ୍ରାଙ୍କୁଲାଇଜ କରିବା ସମୟରେ ହାତୀଟି ଆକ୍ରମଣ କରିଥିବା ଜଣାପଡ଼ିଛି। ଟାଙ୍ଗି ରେଞ୍ଜ ଗୟାବନ୍ଧ ନିକଟରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଉଥିଲା। ହାତୀ ଆକ୍ରମଣରେ ଫରେଷ୍ଟରଙ୍କ ସମେତ ୩ ଗୁରୁତର ହୋଇଥିଲେ।

ଗୁରୁତରଙ୍କୁ ଭୁବନେରଶ୍ବର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମାରଣା ହାତୀର ଗତିବିଧିକୁ ଲକ୍ଷ କରିବାକୁ ହାତୀକୁ ଟ୍ରାଙ୍କୁଲାଇଜ କରାଯାଉଥିଲା ବୋଲି ଜଣାପଡ଼ିଛି।