୩ ଡକାୟତ ଗିରଫ, ପିସ୍ତଲ ଓ ଗୁଳି ଜବତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଗୁରୁବାର ରାତିରେ ରାମପୁର ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିବା ଦଳେ ବ୍ୟକ୍ତିଙ୍କ ମଧ୍ୟରୁ ୩୩ ଜଣଙ୍କୁ ବ୍ରଜରାଜନଗର ପୁଲିସ ଗିରଫ କରିଛି। ସେହିପରି ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୪ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।। ଗିରଫ ବ୍ୟକ୍ତିମାନେ ହେଲେ ଗୁଡ଼ୁ ସିଂହ, ଶ୍ୟାମ ସହିସ ଓ ପୂର୍ଣ୍ଣ ସାଗର। ସେମାନଙ୍କ ଠାରୁ ଗୋଟାଏ ପିସ୍ତଲ, ଗୋଟିଏ ଅଫୁଟା ଗୁଳି ଓ ଗୋଟାଏ ଖୋଜା ଜବତ କରାଯାଇଛି।

ସୂଚନା ଅନୁସାରେ ରାତି ପ୍ରାୟ ୩ଟାରୁ ୪ଟା ମଧ୍ୟରେ ବ୍ରଜରାଜନଗର ପୁଲିସ ପାଟ୍ରୋଲିଂ କରୁଥିବାବେଳେ ହିଲ୍‌ଟପ୍‌ ପଡ଼ିଆ ଠାରେ ସାତଜଣ ଲୋକ ବସିଥିବା ଦେଖି ସେମାନଙ୍କ ଆଡ଼କୁ ଯାଇଥିଲେ। ପୁଲିସ ଆସୁଥିବା ଦେଖି ସେମାନେ ତାଙ୍କ ଉପରକୁ ଗୁଳି ଚଳାଇ ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିଲେ। ଏହି ପରିପ୍ରେକ୍ଷୀରେ ପୁଲିସ ୩ଜଣଙ୍କୁ ଗୋଡ଼ାଇ ଧରିଥିବାବେଳେ ଅନ୍ୟ ୪ଜଣ ଫେରାର ହୋଇଯାଇଥିଲେ। ତେବେ ପୁଲିସ ଉକ୍ତ ଚୋରକୁ ଥ।ନା ଆଣିଥିବାବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।