ଗୋଟିଏ ପରିବାରରେ ୩ ମୃତ, ୨ ଗୁରୁତର

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖାଦ୍ୟ ବିଷାକ୍ତକରଣରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ପରିବାରର ୨ ଭଉଣୀ ଓ ଜଣେ ଭାଇର ମୃତ୍ୟୁ ହୋଇଛି। ମୃତ ୩ ପିଲାଙ୍କ ବୟସ ୧୨,୭ ଓ ୩ ବର୍ଷ ବୋଲି ଜଣାପଡିଛି। ମାଆ ଓ ଆଉ ଜଣେ ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷରେ ତଥ୍ୟ ସଂଗ୍ରହ ପାଇଁ ଗାଁରେ ଡକ୍ତରୀଟିମ ପହଞ୍ଚିଛି।