ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶାଶୂ ଓ ଦୁଇ ବୋହୂ ମୃତ

ସାଲେପୁର,ଏନ୍ଏନ୍ଏସ୍: ଘରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍‌ସଂସ୍ପର୍ଶରେ ଆସି ଚାଲିଗଲା ୩ ଜୀବନ। ସୂଚନା ଅନୁସାରେ ଅପରାହ୍ଣରେ ସାଲେପୁର ଥାନା ବେତେଇ ଗାଁ’ରେ ଏକ ପରିବାର ଜଣେ ମହିଳା ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟମାନେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ

ତେବେ ମୃତକଙ୍କ ମଧ୍ୟରେ ଜଣେ ଶାଶୂ ସୀତା ମଲ୍ଲିକ(୭୦) ଓ ଦୁଇ ବୋହୂ ନନ୍ଦିତା ଓ ପୁଷ୍ପଲତା ବୋଲି ଜଣାଯାଇଛି। ସେଠାରୁ ତାଙ୍କୁ ସାଲେପୁର ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।