ଗୋଟିଏ ଘରୁ ମିଳିଲା ୩ଟି ମୃତଦେହ

ଗଞ୍ଜାମ,ଏନ୍ଏନ୍ଏସ୍ : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନ ପାଲିଆ ଛତ୍ରପୁରର ମାଝି ସାହିରେ ବୁଧବାର ସକାଳୁ ସକାଳୁ ଗୋଟିଏ ଘରେ ତିନି ଜଣଙ୍କ ମୃତ ଦେହ ଦେଖିବାକୁ ମିଳିଛି. ଯାହା ସମଗ୍ର ଛତ୍ରପୁର ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି । ଖବର ପାଇଁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ, ଛତ୍ରପୁର ଥାନା ଅଧିକାରୀ, ଏସଡିପିଓ ଏବଂ ତଦନ୍ତକରି ଦଳ ଓ କୁକୁର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି।

ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ଏକା ଥରକେ ତିନି ଜଣଙ୍କ ମୃତ୍ୟ କେମିତି ଘଟିଲା ତାହା ବର୍ତ୍ତମାନ ବଡ଼ ସନ୍ଦେହ ସୃଷ୍ଟି କରୁଛି । ମା ଉର୍ମିଳା ବେହେରା ଝିଅ ସୁନିତା ବେହେରାଙ୍କ ଶବ ତଳେ ପଡିରହିଥିବା ବେଳେ ବାପା ବୃନ୍ଦାବନ ବେହେରାଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଲିଛି। ପାରିବାରିକ କଲହରୁ ଏମିତି ହୋଇଥାଇପରେ ବୋଲି ସନ୍ଦେହ କରାଯାଉଛି।