ପାଟଣା ବ୍ଲକରେ ଆଉ ୩  କରୋନା ପିଜେଟିଭ ଚିହ୍ନଟ 

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ଲକର ଏରେଣ୍ଡେଇ, ସୋରାସକେଲା ଓ ପୋଲାଣ ଘାଟି ପଞ୍ଚାୟତରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସ୍ୱାବ ରିପୋର୍ଟ ପିଜେଟିଭ ଆସିବା ପରେ ଘଟଣାସ୍ଥଳରେ ପାଟଣା ତହସିଲଦାର ଶିବ ପ୍ରସାଦ ମୂର୍ମୁ, ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ ସମେତ ପାଟଣା ମେଡିକାଲ ଟିମ୍ ପହଞ୍ଚି ସମସ୍ତଙ୍କୁ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଏରେଣ୍ଡେଇ ପଞ୍ଚାୟତରେ ଚିହ୍ନଟ ହୋଇଥିବା ଯୁବକ ହେଲେ ୩୪ ବର୍ଷୀୟ ଯୁବକ ଓ ସେ ମହାରାଷ୍ଟ୍ର ଫେରନ୍ତା।

ଗତ ୩୧ ତାରିଖ ରାତିରେ ଆସି ଗାଁ ସାରା ବାଇକରେ ବୁଲିବା ସହିତ ବହୁ ଲୋକ ଙ୍କ ସହ ମିଳାମିଶା କରିଥିଲେ ଏ ଘଟଣା ସରପଞ୍ଚ ଜାଣିବା ପରେ ତାଙ୍କୁ ୧ ତାରିଖରୁ କ୍ୱାରେଣ୍ଟାଇନରେ ରଖିବା ସହିତ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି। ସେହିପରି ସୋରାସକେଲା ପଞ୍ଚାୟତରେ ଚିହ୍ନଟ ହୋଇଥିବା ବ୍ୟକ୍ତି ହେଲେ ୪୩ ବର୍ଷୀୟ। ସେ ସୁରଟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ।

ଅନ୍ୟ କରୋନା ଅକ୍ରାନ୍ତ ଜଣଙ୍କ ପୋଲାଣ ଘାଟି ପଞ୍ଚାୟତର ୨୪ ବର୍ଷୀୟ ଯୁବକ ବେଙ୍ଗାଲୁରୁରୁ ଫେରିବା ପରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ ଆଜି ସ୍ୱାବ ରିପୋର୍ଟ ପଜେଟିଭ ଆସିବା ପରେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ପାଟଣା ତହସିଲଦାର ଶିବ ପ୍ରସାଦ ମୂର୍ମୁ ସୂଚନା ଦେଇଛନ୍ତି। ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ପୋଲାଣ ଘାଟି ପଞ୍ଚାୟତର ସରପଞ୍ଚ ନେତ୍ରମଣି ନାଏକ ପଳାଣ ଘାଟି ପଞ୍ଚାୟତର ୫ଟି ଗାଁ’କୁ ୭୨ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି।