ରୋହତକ-ଦିଲ୍ଲୀ ପାସେଞ୍ଜରରେ ନିଆଁ: ଜଳିଗଲା ୩ ବଗି

ଚଣ୍ଡିଗଡ଼,ଏଜେନ୍ସି: ହରିୟାଣାର ରୋହତକ ରେଲଓ୍ବେ ଷ୍ଟେସନରେ ଅଘଟଣ। ଷ୍ଟେସନରେ ଛିଡା ହୋଇଥିବା ରୋହତକ-ଦିଲ୍ଲୀ ପାସେଞ୍ଜରରେ ନିଆଁ ଲାଗିଥିବା ଜଣାପଡିଛି। ତେବେ ଗାଡିଟି ଷ୍ଟେସନରେ ଛିଡା ହୋଇଥି୍ବା ଯୋଗୁଁ ସେଥିରେ କେହି ଯାତ୍ରୀ ନଥିଲେ। ଫଳରେ କେହି ମୃତାହତ ହୋଇନଥିବା ସୂଚନା ରହିଛି। ନିଆଁ ଟ୍ରେନର ୩ ବଗିକୁ ବ୍ଯାପିଥିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟରେ ଲାଗିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଟ୍ରେନଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଥିବାବେଳେ ଷ୍ଟେସନରେ ଛିଡା ହୋଇଥିଲା। ସେଥିରେ କେହି ଯାତ୍ରୀ ନଥିଲେ। ହଠାତ ଟ୍ରେନର ଏକ ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ନିଆଁ ଆୟତ କରିବା କାର୍ଯ୍ୟ ଜାରି ରହିଛି।