ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗିଲା ବାଗୀ ୩, ପ୍ରଥମ ଦିନରେ ୧୭ କୋଟି ୫୦ ଲକ୍ଷ ଆୟ

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡ଼ ଅଭିନେତା ଟାଇଗର ଶରଫ୍ ଏବଂ ଶ୍ରଦ୍ଧା କାପୁରଙ୍କ ଫିଲ୍ମ ବାଗୀ ୩ ଗତ ଶୁକ୍ରବାର ବକ୍ସ ଅଫିସରେ ରିଲିଜ୍ ହୋଇଛି। ଫିଲ୍ମର ପ୍ରଥମ ଦିନର ବ୍ୟବସାୟ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ କହିଛନ୍ତି ଯେ, କୋରୋନା ଆତଙ୍କ ଓ ପିଲାମାନଙ୍କ ପରୀକ୍ଷା ସିଜିନ୍ ଚାଲିଥିବା ସତ୍ତ୍ଵେ ମଧ୍ୟ ଫିଲ୍ମ ପ୍ରଥମ ଦିନରେ ୧୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟବସାୟ କରିଛି।

ଟାଇଗର ଶ୍ରଫଙ୍କ ପଞ୍ଚମ ଫିଲ୍ମ ଡବଲ ଡିଜିଟରୁ ବ୍ୟବସାୟ ଆରମ୍ଭ କରିଛି। ଫିଲ୍ମ ମଲ୍ଟିଫ୍ଲେକ୍ସ ତୁଳନାରେ ସିଙ୍ଗଲ୍ ସ୍କ୍ରିନରେ ଅଧିକ ବ୍ୟବସାୟ କରିଛି। ତେବେ ହ୍ରିତିକଙ୍କ ସହ ଟାଇଗର କରିଥିବା ଫିଲ୍ମ ୱାର ପ୍ରଥମ ଦିନରେ ୫୩ କୋଟି ୩୫ ଲକ୍ଷ ବ୍ୟବସାୟ କରିଥିଲା। ସେହିପରି ବାଗୀ ୨ ପ୍ରଥମ ଦିନରେ ୨୫ କୋଟି ୧୦ ଲକ୍ଷ ବ୍ୟବସାୟ କରିଥିଲା। ଏପରିକି ଟାଇଗରଙ୍କ ଷ୍ଟୁଡେଣ୍ଟ ଅଫ୍ ଇଅର ୨ ପ୍ରଥମ ଦିନରେ ୧୨ କୋଟି ୬ ଲକ୍ଷ ଟଙ୍କା ବ୍ୟବସାୟ କରିଥିଲା।

ବାଗୀ ଫ୍ରାନଚାଇଜର ବ୍ୟବସାୟ କଥା କହିବାକୁ ଗଲେ ବାଗୀ ୩ ଅଧିକ ବ୍ୟବସାୟ କରିଥିବା ଦ୍ଵିତୀୟ ଫିଲ୍ମ। ସେହିପରି ୨୦୨୦ରେ ରିଲିଜ୍ ହୋଇଥିବା ଅନ୍ୟ ଫିଲ୍ମର ପ୍ରଥମ ଦିନ ତୁଳନାରେ ବାଗୀ ୩ ସବୁଠୁ ଅଧିକ ବ୍ୟବସାୟ କରିଛି।