ଡକାୟତି ଘଟଣା, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ଗତ ୨୦ ତାରିଖରେ ଖୁଜେନପାଲି ରାସ୍ତାରେ ଡକାୟତି ଘଟଣାରେ ବଲାଙ୍ଗିର ସଦର ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରବା ସହ ତିନୋଟି ମୋବାଇଲ ଫୋନ ଜବତ କରିଛି। ସେମାନେ ହେଲେ ଜ୍ୟୋଷ୍ଠ ନାଗ (୨୫) , ସାରଥୀ ଜାଲ (୩୫), ରିଙ୍କୁ ଦୀପ (୨୧)। ପ୍ରକାଶ ଯୋଗ୍ୟ ଯେ, ଗତ ୨୦ ତାରିଖ ସନ୍ଧ୍ୟାରେ ଖୁଜେନପାଲି ମନ୍ଦିର ପଛପଟେ ନିର୍ମାଣାଧୀନ ଗାୟତ୍ରୀ ମନ୍ଦିରକୁ ମନ୍ଦିର ସଂଯୋଜକ ଜୁଗଲ କିଶୋର ଝା ଓ ତାଙ୍କର ସହଯୋଗୀ ପ୍ରତାପ ଆଚାର୍ଯ୍ୟ ଯାଇଥିଲେ। ଫେରୁଥିବା ସମୟରେ ତିନି ଜଣ ଯୁବକ ହଠାତ ଆସି ଶ୍ରୀ ଝାଙ୍କୁ ପଛ ପଟୁ ଆଘାତ କରିଥିଲେ। ଏହି ଆଘତରେ ଉଭୟ ଗାଡିରୁ ପଡି ଯାଇଥିଲେ। ଅଭିଯୁକ୍ତମାନେ ଶ୍ରୀ ଝାଙ୍କ ଠାରୁ ତାଙ୍କର ଦୁଇଟି ମୋବାଇଲ, ୧୪୦୦ ଟଙ୍କା ଏବଂ ତାଙ୍କ ସହେଯାଗି ଶ୍ରୀ ଆଚାର୍ଯ୍ୟଙ୍କ ଠାରୁ ଏକ ମୋବାଇଲ ଓ ୫୦୦ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଏନେଇ ଶ୍ରୀ ଆଚାର୍ଯ୍ୟ ଏହି ଘଟଣାର ଲିଖିତ ଅଭିଯୋଗ କଲାପରେ ସଦର ଥାନା ଅଧିକାରୀ ତୋଫାନ ବାଗଙ୍କ ନେତୃତ୍ୱ ରେ ଏସଆଇ ଖାଖା ଓ ଏଏସଆଇ ସେନ୍ଦ୍ରିଆଙ୍କ ସହ ଏକ ଟିମ ଗଠନ କରାଯାଇ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।