ବାଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗାରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ମଧ୍ୟ ଜୋରଦାର ପ୍ରୟାସ ଜାରି ରଖିଛି । ଉକ୍ତ ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୩ ଜଣଙ୍କୁ ଗିରଫ କରିଛି । ପୂର୍ବ ଶତ୍ରୁତା ଯୋଗୁ ହତ୍ୟା ହୋଇଥିବା ଜଣାପଡ଼ିଛିି ।
ଗୃହମନ୍ତ୍ରୀ ଅରାଙ୍ଗା ଜ୍ଞାନେନ୍ଦ୍ର କହିଥିଲେ ଯେ, ଉକ୍ତ ମାମଲାରେ ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଯାଞ୍ଚ ଜାରି ଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ମଧ୍ୟ ଜୋରଦାର ପ୍ରସ୍ତୁତି ଚଲାଇଛି । ହର୍ଷଙ୍କ ମୃତ୍ୟୁ ପରେ ସ୍ଥିତି ଗମ୍ଭୀର ହୋଇଯାଇଛି । ଏଭଳି ସ୍ଥିତିରେ ସମସ୍ତେ ଧୌର୍ଯ୍ୟର ସହକାରେ କାମ କରିବା ଉଚିତ । ବର୍ତ୍ତମାନ ଭାରୀ ସଂଖ୍ୟାରେ ପୁଲିସ ମହଜୁଦ ରହିଛି ।