ଜମିବାଡ଼ି ବିବାଦକୁ ସଂଘର୍ଷ ଘଟଣା : ୩ ଗିରଫ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ତାଳସରୁଆ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ବୁଧବାର ଦିନ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଫଳରେ ଜଣେ ଗୁରୁତର ଆହତ ହୋଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ ହୋଇଥିଲେ। ଗୁରୁତର ହେଲେ ଲକ୍ଷ୍ମୀଧର ମହାନ୍ତ(୫୦) ।

ମିଳିଥିବା ସୂଚନା ସୂଚନା ଅନୁସାରେ, ଲକ୍ଷ୍ମୀଧରଙ୍କ ଜମିରେ ଉକ୍ତ ଗ୍ରାମର ଚୈତନ୍ୟ ମହାନ୍ତ ,କଂଗ୍ରେସ ମହାନ୍ତ ରାଜକିଶୋର ମହାନ୍ତ ହଳ କରୁଥିଲେ । ଏହାକୁ ଲକ୍ଷ୍ମୀଧର ବିରୋଧ କରିବାରୁ ତିନି ଜଣ ସଙ୍ଘବୋଧ ଭାବରେ ଲକ୍ଷ୍ମୀଧରଙ୍କୁ ଆକ୍ରମଣ କରିଥିଲେ । ଫଳରେ ଲକ୍ଷ୍ମୀଧର ଗୁରୁତର ହୋଇଥିଲେ । ପରିବାର ଲୋକେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରିଥିଲେ । ଏହାକୁ ନେଇ ପାଟଣା ଥାନାରେ ଲକ୍ଷ୍ମୀଧରଙ୍କ ସ୍ତ୍ରୀ ଗାନ୍ଧାରୀ ମହାନ୍ତ ଅଭିଯୋଗ କରିବା ପରେ ପାଟଣା ପୋଲିସ ଚୈତନ୍ୟ ମହାନ୍ତ କଂଗ୍ରେସ ମହାନ୍ତ ଓ ରାଜକିଶୋର ମହାନ୍ତଙ୍କୁ ଗିରଫ କରି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।