ଭାଇ ଓ ପ୍ରେମିକ ସହ ମିଶି ସ୍ତ୍ରୀ ଏମିତି କରିଥିଲା…

ଦେବଗଡ,ଏନଏନଏସ : ଜଣେ ବନ୍ଧୁଙ୍କୁ ବଳ ପୂର୍ବକ ମଦରେ ବିଷ ମିଶାଇ ହତ୍ୟା କରାଯାଇଥିବା ଘଟଣାରେ ଆଜି ରିଆମାଳ ଥାନା ପୁଲିସ ମୃତକଙ୍କ ପତ୍ନୀ ଓ ସମ୍ପର୍କୀୟ ଭାଇ ଓ ଶାଳକଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ ବନାକାଲୋ ଗ୍ରାମର ଅଶ୍ୱିନୀ ପ୍ରଧାନ (୩୦) ନାମକ ଯୁବକକୁ ଉକ୍ତ ଗ୍ରାମର ମଙ୍ଗୁଳୁ ପ୍ରଧାନ ଏବଂ ନିକଟସ୍ଥ ଗୁଣ୍ଡିଆପାଲି ଗ୍ରାମର ୨ ଜଣ ଯୁବକ ଅନ୍ୟ କେତେକ ସାଥିଙ୍କ ସହ ଗତ ନଭେମ୍ବର ୧୯ ତାରିଖ ମଙ୍ଗଳବାର ସଂନ୍ଧ୍ୟାରେ ଘର ଠାରୁ ପ୍ରାୟ ୨୨-୨୪ କି.ମି ଦୂର ବର୍ତୀ ଛତାବର ନିକଟସ୍ଥ ସତୀଘାଟ ଜଙ୍ଗଲରେ ମଦ୍ୟପାନ କରିବା ପାଇଁ ଡାକି ନେଇଥିଲେ। ସେଠାରେ ମଙ୍ଗୁଳୁ ଓ ରାକେଶ ଅଶ୍ୱିନୀକୁ ମଦରେ ବିଷ ମିଶାଇ ବଳ ପୂର୍ବକ ପିଆଇବା ପରେ ଅଶ୍ୱନୀକୁ ସେଠାରେ ଛାଡି ଫେରାର ହୋଇଯାଇଥିଲେ।

ବିଷ କ୍ରୀୟା ଯୋଗୁଁ ଗୁରୁତର ଅଶ୍ୱନୀ ଉକ୍ତ ଜଙ୍ଗଲ ମଧ୍ୟରୁ ବାହାରକୁ ଆସି ସଂନ୍ଧ୍ୟା ପ୍ରାୟ ୭ଟା ସମୟରେ ସହାୟତା ପାଇଁ ରାସ୍ତା ନିକଟକୁ ଆସିବା ସମୟରେ ପାଖରେ ଥିବା ଏକ ନାଳରେ ଶୈାଚ ହେବାକୁ ଯାଇଥିବା ତିଲେଇପୋଶି ଗ୍ରାମର ଜଣେ ଗାଡି ଚାଳକଙ୍କୁ ଦେଖିପାରି ଘଟଣା ସମ୍ପର୍କରେ କହିବା ସହ ତାଙ୍କୁ ଡାକ୍ତରଖାନାରେ ଭର୍ତି କରିବା ପାଇଁ ଅନୁରୋଧ କରିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ଉକ୍ତ ଗାଡି ଚାଳକ ଅଶ୍ୱିନୀକୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିବା ସହ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ତେବେ ଅଶ୍ୱିନୀଙ୍କ ଅବସ୍ଥା ଗୁରୁତର ହେବାରୁ ସେହିଦିନ ରାତିରେ ପ୍ରଥମେ ଦେବଗଡ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଗତ ନଭେମ୍ବର୨୩ ତାରିଖ ରାତିରେ ଅଶ୍ୱିନୀଙ୍କ ମୃତ୍ୟୁ ଘଟିଥିଲା।

ଏ ସମ୍ପର୍କରେ ଅଶ୍ୱିନୀଙ୍କ ସ୍ତ୍ରୀ ସିଲି ପ୍ରଧାନ ରିଆମାଳ ଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ହତ୍ୟା ମାମଲା ଋୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ମୃତ ଅଶ୍ୱିନୀଙ୍କ ହତ୍ୟା ପଛରେ ସ୍ତ୍ରୀ ସିଲି ପ୍ରଧାନ ଓ ଅଶ୍ୱନୀର ସମ୍ପର୍କୀୟ ଭାଇ ମଙ୍ଗୁଳୁ ଓ ମୃତକର ଶାଳକ ସୁକାନ୍ତ ସାହୁ ଷଢଯନ୍ତ୍ର କରି ଅଶ୍ୱିନୀକୁ ମଦରେ ବିଷ ମିଶାଇ ହତ୍ୟା କରିଥିବା ଜାଣିବାକୁ ପାଇଥିଲା। ମୃତକ ଅଶ୍ୱନୀଙ୍କ ସ୍ତ୍ରୀ ସିଲି ଓ ସମ୍ପର୍କୀୟ ଭାଇ ମଙ୍ଗୁଳୁ ମଧ୍ୟରେ ଅବୈଧ ସମ୍ପର୍କକକୁ ଅଶ୍ୱନୀ ଜାଣି ପାରି ବିରୋଧ କରିବା ସହ ସ୍ତ୍ରୀ ସିଲିକୁ ମାଡ ମାରିବା କାରଣରୁ ସ୍ତ୍ରୀ ସିଲି ଓ ସମ୍ପର୍କୀୟ ଭାଇ ମଙ୍ଗୁଳୁ ଶାଳକ ସମୀରଙ୍କ ସହଯୋଗରେ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ଜାଣିବା ପରେ ଗତକାଲି ସେମାନଙ୍କୁ ରିଆମାଳ ପୁଲିସ ଗିରଫ କରି କୋର୍ଟ ଚାଳାଣ କରିଥିଲା। କୋଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି।